ସଂହରିଣ ମାୟା ଧରି ନିଜ କାୟା ଉଧରି ମଧୁର କପଟେ
ଘୋର ଅନ୍ଧକାର ବନୁ ହେଲା ଦୂର ଅରୁଣ କିରଣ ପ୍ରକଟେ
କିବା ଦିଶିଲା ପୂର୍ବ ଶୋଭାରୁ ବେନି ଗୁଣ
ପ୍ରଚଣ୍ଡମରୁତ ହେଲା ଅନ୍ତର୍ହିତ ସୁଧିରେ ବହଇ ପବନ ।୧ ।
ବୃକ୍ଷ ଡାଳେ ପିକକୁଳ ରାବ ଦେଲେ ଉଭାଇ ଗଲା ମାୟାଜଳ
ବାଣ ଘାତେ ଶୁଷ୍କ ପତ୍ର ଉଡ଼ିଯାଇ ବନ ଦିଶଇ ପରିମଳ
ଭୀତତ୍ରସ୍ତରେ ଧିରେଧିରେ ଚାହେଁ ଶରଳା
ମରୁତ ଘାତରେ ଛିନ୍ଛତ୍ର ହୋଇ ଉଡ଼ିଯାଇଛି ଜାଲମାଳ ।୨ ।
ମୃତ ଶ୍ୱାନ ଦେଖି ଚାହିଁଲା ନିରେଖି ଦେହେ ନାହିଁ ତାର ପରାଣ
କିଛି ଦୂରେ ବ୍ୟାଧ ଶରାସନ ତେଜି ଭୂମିରେ ହୋଇଛି ପତନ
ଦେଖି ଶରଳା କ୍ରମେ କ୍ରମେ ଗଲା ପାଶକୁ
ମୁଖରୁ ତାହାର ଗରଳର ଧାର ବହି ଲଭିଅଛି ନାଶକୁ ।୩ ।
ଦେଖିଣ ଏ ଭୀତି ସେ ମୃଗ ଯୁକତି ମନରେ ହୋଇଲା ଆନନ୍ଦ ଉଲ୍ଲାସ
ଜାଣିଲା କଷଣ ନିଶ୍ଚେ ନାରାୟଣ ଦୟାବହି କଲେ ବିନାଶ
ଶିଶୁ ସହିତ ଶତବାର କରି ପ୍ରଣାମ
ଶିଶୁ ବେନି ଘେନି ଧିରେଧିରେ ଏଣୀ ପ୍ରବେଶ ହୋଇଲା ସଦନ ।୪ ।
ଆହେ ନାରାୟଣ କମଳ ଚରଣ ସମ୍ବଳ କରିଣ ବିପଦେ
ହରିଣୀର ଦୁଃଖ ପରି ପଦ୍ମମୁଖ ନାଶିବେ ସିନା ଅପ୍ରମାଦେ
ହୃଦେ ଭକତି ଧରିଣ ସ୍ମରିଣ ଶ୍ରୀପତି
ସକଳ ଦୁଃଖରୁ ପାରହୁଅ ନାମାମୃତେ ହୋଇ ଭୂପତି ।୫ ।