The Ekwesha

An Anthology of Odia Poetry by Basudev Rath

Ekwesha is a profound collection of Odia devotional poetry authored by the late Basudev Rath. This anthology delves into Odisha's rich spiritual traditions, exploring various mythological themes through expressive and evocative language.

ନୀଳ ସୁନ୍ଦର ମନ୍ଦର କନ୍ଦର ବିହାରୀ

ନୀଳ ସୁନ୍ଦର ମନ୍ଦର କନ୍ଦର ବିହାରୀ

କେତେ ମୁଁ ଡାକିବି ଆଉ ଦିବା ବିଭାବରୀ

ଶୁଭୁନାହିଁ ମୋ ଗୁହାରୀ

ହେଲକି ଅନନ୍ତଶାୟୀ ତେଜିଲ ନୀଳଗିରି ।୧ ।

ପତିତ ପାବନ ବୋଲି ବୋଲନ୍ତି ଜଗତେ

ପତିତ ଡାକକୁ ନଶୁଣୁଛ କର୍ଣ୍ଣ ପଥେ

କେହ୍ନେ ରହିବ ବା ଟେକ

ପତିତ ପାବନ ବାନା ନୀଳ ନଳିନାକ୍ଷ ।୨ ।

ଦୀନବନ୍ଧୁ ବୋଲି ନାମ ବହିଛ ଆପଣ

ଦୀନ ଡାକ ଦିନେ ହେଲେ ନକଲ ଶ୍ରବଣ

ତହିଁ ବହିଲକି ଘୃଣା

ଦୀନବନ୍ଧୁ ଡାକିବାରୁ ହୁଏ ଅକରୁଣା ।୩ ।

କୃପାସିନ୍ଧୁ ବୋଲି ନାମ ବହିଛ ଆପଣ ସଂସାରେ

ଅକୃପା କିମ୍ପାଇଁ ପ୍ରଭୁ ଏହି ଦୀନ ଠାରେ

ହୀନ ବାସୁଦେବ ଆଶା

ମୋ ପରି ସଂସାରେ କାରେ ନକର ନିରାଶା ।୪ ।

ନୀଳ ସୁନ୍ଦର ମନ୍ଦର କନ୍ଦର ବିହାରୀ