The Ekwesha
An Anthology of Odia Poetry by Basudev Rath
Ekwesha is a profound collection of Odia devotional poetry authored by the late Basudev Rath. This anthology delves into Odisha's rich spiritual traditions, exploring various mythological themes through expressive and evocative language.
ପଥହରା ମୁଁ ଡାକୁଛି ସୁପଥ ଦିଅ ଦେଖାଇ
ପଥହରା ମୁଁ ଡାକୁଛି ସୁପଥ ଦିଅ ଦେଖାଇ
ପଥର ଝୁଂଟି ମରେ ମୁଁ ଅଜ୍ଞାନ ତିମିରେ ଦାହି ।(ଘୋଷ) ।
ପାତୁ ନାହିଁ ତୋତେ କର ପ୍ରଦୀପପୂର୍ଣ୍ଣ ତଇଳ
ପତିତେ ଉଦ୍ଧାର କର ଜ୍ଞାନର ପ୍ରଦୀପ ଦେଇ ।୧ ।
ପଥରେ କଲ ମନୁଷ୍ୟ ପୃଥିବୀ ଘୋଷୁଛି ଯଶ
ପତିତ ଡାକକି ପ୍ରଭୁ କର୍ଣ୍ଣପାତ ହେଉ ନାହିଁ ।୨ ।
ପଣ ଲୋଡୁନାହିଁ ମୁହିଁ ପଣେ କୃପଣ କିମ୍ପାଇଁ
ପଥର ହେଲକି ପ୍ରଭୁ ପଥର ଦେଉଳେ ରହି ।୩ ।
ପଦ୍ମ ଚରଣେ ତୋହର ପ୍ରାର୍ଥନା ଏତିକି ମୋର
ପାରକର ଭବାଧାର ଭୟେ ବାସୁଦେବ କହିଁ ।୪ ।
