The Ekwesha

An Anthology of Odia Poetry by Basudev Rath

Ekwesha is a profound collection of Odia devotional poetry authored by the late Basudev Rath. This anthology delves into Odisha's rich spiritual traditions, exploring various mythological themes through expressive and evocative language.

ହେ ପ୍ରଭୁ ନୀଳାଦ୍ରୀ ଭୂଷଣ

ହେ ପ୍ରଭୁ ନୀଳାଦ୍ରୀ ଭୂଷଣ

ପତିତ ପାବନ ପାତକ ନାଶନ

ଭକତ ହୃଦ ଗଗନ ପୁଷଣ । (ଘୋଷ) ।

କଷଣ ସରିତେ ପଡ଼ି ଅନୁବ୍ରତେ

ଦୂଷଣ ଅଇରି ଡାକୁଛି ନିରତେ

ମୋ ଦୁଃଖ ଶ୍ରବଣ ନୋହେ ନାରାୟଣ

ବହି ସହସ୍ର ଶ୍ରବଣ ।୧ ।

ରସାଣ କାଂଚନ ପରି ନେତ୍ର ଯାର

ବିଶ୍ୱ ବ୍ରହ୍ମାଣ୍ଡରେ ଉଡ଼େ ତାର ହର

ମୋ ବେଳକୁ ପ୍ରଭୁ ହେଉଛ ପଥର

ନିରାଶେ ଯାଇଛି ଦିନ ।୨ ।

ଶରଣ ରକ୍ଷଣ ହୋଇଲେ କୃପଣ

କେ ଟେକିବ ପ୍ରଭୁ ତବ ବଡ଼ପଣ

ଦୀନବନ୍ଧୁ ହୋଇ ଦୀନ ଦୁଃଖ ଯେବେ

ନଦେଖିବ ନାରାୟଣ ।୩ ।

ପୋଷଣ କରତା କରିଲେ ଗୋଷଣ

କେଶରୀ ଶରଣୁ ଶ୍ୱାନ ନେଲେ ପ୍ରାଣ

ନୋହେକି ଦୂଷଣ ଇନ୍ଦିରା ରମଣ

ଯାଇଛି ବିଚାରେ ଆଣ ।୪ ।

ଶହେ ପ୍ରଭୁ ନୀଳାଦ୍ରୀ ଭୂଷଣ