ଆହେ କରୁଣା ସାଗର ହରି
ଦୁଃଖୀ ଦୁଃଖ ବିମୋଚନକାରୀ
ଆରତ ଭଞ୍ଜନ ତୁମ୍ଭେ ନାରାୟଣ
ଶରଣ ରକ୍ଷଣ କାରୀ - (ହେ କେଶବ) ।୧ ।
ଦୁଷ୍ଟ ଗରବ ଗଞ୍ଜନ ନାଥ
ଶିଷ୍ଟ ପାଳନେ ଉଡ଼ାଅ ନେତ
ଅନାଥର ନାଥ ତୁମ୍ଭେ ଜଗନ୍ନାଥ
ରଖ ବାରେ ରମାକାନ୍ତ ।୨ ।
ଶୁଣି ଅଛି ପୂର୍ବ କାଳେ ଗୋପୀ
ଡାକିଲେ ତୋତେ ଆକୁଳେ
କରେ ଗୋବର୍ଦ୍ଧନ ଧଇଲ ଆପଣ
ଟେକା ପରି ଟେକି କରାଙ୍ଗୁଳେ ।୩ ।
ପଡ଼ି ଚିନ୍ତିଲା ତୋତେ ଆକୁଳେ
ରକ୍ଷାକଲ ତାକୁ ଅବହେଳେ ।୪ ।
ପଶୁ ଛାରେ ଜନମ ମୋହର
ନଜାଣଇ ମନ୍ତ୍ରତନ୍ତ୍ର ତୋର
କେବଳ ଆକୁଳେ ଚରଣ କମଳେ
ଶରଣ ଗଲି ତୋହର ।୫ ।
ରଖ ବା ନରଖ ନାରାୟଣ
ତୁମ୍ଭ ବିନୁ ନାହିଁ ପରିତ୍ରାଣ
ବାସୁଦେବ ପ୍ରାଣ ନିଶ୍ଚେଗଲା ଜାଣ
ଶିଶୁ ତୁଲେ ନେବ ବ୍ୟାଧବାଣ ।୬ ।