-
ଶ୍ରୀ ଜଗନ୍ନାଥ ଚଉତିଶା
-
ଭଜନ
1 ଜ୍ଞାନର ପ୍ରଦୀପ ଜାଳିଦିଅ ପ୍ରଭୁ 2 ମନୁଆଁ ଭଜ ରାମ ରଘୁମଣି 3 ଯାଅ ଯାଅ ଦୂତି ଏ ମୋର ଭାରତୀ 4 ସେହି ଶ୍ୟାମ ଲାଗି ହେବି ବାସ ତ୍ୟାଗି 5 ରାଇ ବିନୋଦିନୀ ଧନି ହୋଇ କାମେ ବଶ 6 ଶୁଣ ହେ ଭକତଗଣ ନାମ ସଂକୀର୍ତନ 7 ଲଳିତା ଠାରୁ ସନ୍ଦେଶ ପାଇ ପ୍ରଭୁ ହୃଷୀକେଶ 8 ଦୂତିକା ମୁଖରୁ ଶ୍ରୀହରି ଆଗମ ଶୁଣି ଚପଳା କିଶୋରୀ 9 ଦେଖ ଦେଖ ସଖୀ ଦେଖ ଗୋ ନିରେଖି 10 କଷ କେତେ କଷୁଛ ମୋତେ -
ଜୀବନୀ
ଡାକି ଡାକି ମୁହିଁ ନିସତ ହେଉଛି
ଡାକି ଡାକି ମୁହିଁ ନିସତ ହେଉଛି
ଆହେ ଭୁବନ ପାଳକ
ନଶୁଣିଲ ଦିନେ ସହସ୍ର ଶ୍ରବଣେ
ଦେବ ଦେବଙ୍କ ତିଳକ ।(ଘୋଷ) ।
ଲିଭିଲିଭି ଆସେ ଜୀବନ ପ୍ରଦୀପ
ଦୟା ହେଲା ନାହିଁ ହେ ଭୁବନାଧିପ
ନିର୍ଦ୍ଦୟ ସାଗରେ ଭାସେ ନିରନ୍ତରେ
ଧରି ତୋ ନାମ ମାଳକ ।୧ ।
ପତିତ ତାରଣେ ପତିତ ପାବନ
ନାମ ବହିଅଛ ହେ ପୁରୁଷୋତମ
ଏ ପତିତ ଜନେ କିମ୍ପା ଅଭିମାନ
ହେଉଛ ପୁଣ୍ଡରୀକାକ୍ଷ ।୨ ।
ଅତୀତ ଗାଉଛି ପତିତ ତାରଣ
ଥରେ ଡାକି କେତେ ନେଲେ ପରିତ୍ରାଣ
ଏବେ କି ପାଷାଣ ହେଲ ନାରାୟଣ
ନଶୁଭେ ପତିତ ଡାକ ।୩ ।
କୃପଣପଣ ବହିଲେ ଆପଣ
କାହାକୁ ଡାକିବି କହ ନାରାୟଣ
ମାଗୁନାହିଁ ପଣ ମାଗେ ପରିତ୍ରାଣ
ଭଣେ ବାସୁଦେବ ମୂର୍ଖ ।୪ ।
