ନ ଯାଆରେ କାହ୍ନା ଘେନ ମୋର ମନା
ନଯାଅ ନଯାଅ ବନେ
କିଏ ସେ ଏ ବୁଦ୍ଧି ଦେଲା ଗୁଣନିଧି
ଶୁଣିତ ନଥିଲି ଦିନେ
କିଏ ଶିଖାଇଲା ତୋତେରେ କାହ୍ନା
ନଯାଅ ତୁ ବନେ ଘେନମୋ ମନା ।୧ ।
କାନନରେ ଧନ ହିଂସ୍ର ଯନ୍ତୁମାନ
ରହିଛନ୍ତି ନାନା ଜାତି
ସ୍ୱଭାବେତ ତୁହି ବାଳୁତ ନନ୍ଦନ
ଦେଖିଲେ ପାଇବୁ ଭୀତି
ଅମାନିଆଁ ତୁହି ନୁହ କହ୍ନାଇଁ
ବଡ଼ହେଲେ ବନ ଦେଖିବୁ ତୁହି ।୨ ।
ଦଧି ଦୁଧସର ଅଧାମ ଶାକର
ଖାଇ ଖେଳେ ରାମ ସଂଗେ
ଗୋପାଳ ପୁଅଙ୍କ ତୁଲେ ଗଲେ ବନେ
କଂଟକ ଫୁଟିବ ଅଙ୍ଗେ
ଦୁଧସର ଖାଇ ଖେଳ ନବରେ
କଂଟାବଣେ ନଯା କହୁଛି ତୋରେ ।୩ ।
ଶୁଣିଲେ ପିଅର ହେବେ କ୍ରୋଧଭର
ମାରିବେ ଲଉଡ଼ି ବାଡ଼ି
ଛନ୍ଦିରେ ବନ୍ଦି ମୁଁ କରିବି କହ୍ନାଇଁ
ବନକୁ ନଦେବି ଛାଡ଼ି
ନନ୍ଦରାଣୀ ଛନ୍ଦ ଦଉଡ଼ି ନେଇ
ଭୟ ଦେଖାଇଲେ ବାଡ଼ି ଉଂଚାଇ ।୪ ।