The Ekwesha

An Anthology of Odia Poetry by Basudev Rath

Ekwesha is a profound collection of Odia devotional poetry authored by the late Basudev Rath. This anthology delves into Odisha's rich spiritual traditions, exploring various mythological themes through expressive and evocative language.

ଭଜରେ ଭଜରେ ମନ ଦିବାନିଶି ରାମନାମ

ଭଜରେ ଭଜରେ ମନ ଦିବାନିଶି ରାମନାମ

ଯୁକତେ ମୁକ୍ତି ପସରା ସେହି ଭୁବନ ମୋହନ ।(ଘୋଷ) ।

ତତ୍ୱବୋଧର ବିଧାନ            ରା ଅକ୍ଷର ଆଦିବର୍ଣ୍ଣ

ହଳାର ହୋଇ ଯୋଜନ

ମନେଇଚ୍ଛି ମଧ୍ୟ ସ୍ଥାନ ।୧ ।

ତ୍ରିକୁଟରେ ଏକ ସିଦ୍ଧା            ଜପୁଛନ୍ତି ସଦା ବେଧା

ଚିହ୍ନିଲେ ନଥିବ ବାଧା

ପାଇବୁ ପରମ ସ୍ଥାନ ।୨ ।

ଶୁଣି ଭୂଷଣ୍ଡ କାରଣ           ଦେଖି ମାର୍କଣ୍ଡୟ ତ୍ରାଣ

ଜପି ଲେଖେ ରାମାୟଣ

ବାଲମିକ ମୋହାଜନ ।୩ ।

ତନ୍ତ୍ରମନ୍ତ୍ର ସାରମର୍ମ            ଯୋଗାଯୋଗ ଧର୍ମାଧର୍ମ

ସାଗର ନଦୀ ସଂଗମ

କରତୁ ଧ୍ୟାନେ ଧାରଣ ।୪ ।

ଭଜରେ ଭଜରେ ମନ ଦିବାନିଶି ରାମନାମ