-
ଶ୍ରୀ ଜଗନ୍ନାଥ ଚଉତିଶା
-
ଭଜନ
1 ଜ୍ଞାନର ପ୍ରଦୀପ ଜାଳିଦିଅ ପ୍ରଭୁ 2 ମନୁଆଁ ଭଜ ରାମ ରଘୁମଣି 3 ଯାଅ ଯାଅ ଦୂତି ଏ ମୋର ଭାରତୀ 4 ସେହି ଶ୍ୟାମ ଲାଗି ହେବି ବାସ ତ୍ୟାଗି 5 ରାଇ ବିନୋଦିନୀ ଧନି ହୋଇ କାମେ ବଶ 6 ଶୁଣ ହେ ଭକତଗଣ ନାମ ସଂକୀର୍ତନ 7 ଲଳିତା ଠାରୁ ସନ୍ଦେଶ ପାଇ ପ୍ରଭୁ ହୃଷୀକେଶ 8 ଦୂତିକା ମୁଖରୁ ଶ୍ରୀହରି ଆଗମ ଶୁଣି ଚପଳା କିଶୋରୀ 9 ଦେଖ ଦେଖ ସଖୀ ଦେଖ ଗୋ ନିରେଖି 10 କଷ କେତେ କଷୁଛ ମୋତେ -
ଜୀବନୀ
ଦୂତିକା ମୁଖରୁ ଶ୍ରୀହରି ଆଗମ ଶୁଣି ଚପଳା କିଶୋରୀ
ଦୂତିକା ମୁଖରୁ ଶ୍ରୀହରି ଆଗମ ଶୁଣି ଚପଳା କିଶୋରୀ
ଚପଳ ଗତିରେ ପୁର ମଣ୍ଡାଇଲା ନାନା ଚିତ୍ର ଭଂଗୀ କରି ।୧ ।
ନାନା ବିଧି ଛନ୍ଦ ଚଉଷଠୀ ବନ୍ଧ କଳାଧଳା ପୀତରଙ୍ଗ
ଲେଖେ ସୁଯତନେ ଆନନ୍ଦିତ ମନେ ଆସିବେ ବୋଲି ଶ୍ରୀରଙ୍ଗ ।୨ ।
ଶ୍ୟାମ ସ୍ନେହେ ଧନି ହୋଇ ସୋହାଗିନୀ ଯତନେ ମଣ୍ଡେ ପଲଙ୍କ
ତୂଳୀତଳ୍ପ ପରେ ସୁଝୀନ ନେତରେ ଉପରାଣ ଚନ୍ଦ୍ରାତପ ।୩ ।
ଚିତ୍ରରୂପ ପରି ସାଜିଲା କିଶୋରୀ ମଜ୍ଜାଇବ ହରି ମନ
ପିତାମ୍ବରୀ ସଂଗେ ସଜାଇଲା ରଂଗେ ଅଙ୍ଗ ଆଭରଣ ମାନ ।୪
ସୁବାସ ପନିର ଚନ୍ଦନ କର୍ପୂର ଯତନେ ରଖିଲା ଗୋଳି
ମନ ଛନଛନ ଶ୍ରୀହରି ଚରଣ ଶରଣ ନିରତେ ଭାଳି ।୫ ।
ଚନ୍ଦନ କସ୍ତୁରୀ ସଜାଡ଼ି ରାଇ ଶ୍ରୀହରି ଚରଣ ବସିଲା ଧ୍ୟାଇଁ
ଜଗତ ବନ୍ଦନ ନନ୍ଦ କୁମର ଦୀନ ହୀନ ଜନେ କରୁଣା କର ।୬ ।
